ବାଲିଯାତ୍ରାରେ ‘ନିମ୍‍କି’ର ଅଡ଼ିଓ ରିଲିିଜ, ଖୁବ ଶୀଘ୍ର ପ୍ରେକ୍ଷାଳୟକୁ ଆସିବ ଚଳଚ୍ଚିତ୍ର

Share On

କଳିଙ୍ଗ ସମାଜ(କଟକ),୨୬/୧୧:ବହୁ ପ୍ରତିକ୍ଷିତ ଓଡ଼ିଆ ଚଳଚ୍ଚିତ୍ର ‘ ‘ନିମ୍‍କି’ର ରବିବାର ସନ୍ଧ୍ୟାରେ ଅଡ଼ିଓ ରିଲିଜ ହୋଇଛି। କଟକରେ ଚାଲିଥିବା ଐତିହାସିକ ବାଲିଯାତ୍ରାରେ ଏହି ଚଳଚ୍ଚିତ୍ରର ଅଡ଼ିଓ ରିଲିଜ୍‍ ହୋଇଛି। ଓଲଉଡ୍‍ କୁଇନ୍‍ ବର୍ଷା ପ୍ରିୟଦର୍ଶନୀ ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପ୍ରତିଷ୍ଠିତ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାଲିଯାତ୍ରା ତଳ ପଡ଼ିଆ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଉପର ପଡ଼ିଆ ସ୍ଥିତ ଜୀ ସାର୍ଥକ ଷ୍ଟଲଠାରେ ଏହି ଚଳଚ୍ଚିତ୍ରର ଅଡ଼ିଓ ରିଲିଜ୍‍ କରାଯାଇଛି। ନିମପୁରରୁ ନବୀନ ନିବାସ ସମ୍ବନ୍ଧରେ ଏହି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି। ରେଭେନ୍ସା ପୁରାତନ ଛାତ୍ରୀ ନବାଗତ ରଶ୍ମୀ, ଅଶ୍ୱନୀଙ୍କ ସମେତ ବହୁ ନୂଆ ଓ ପୁରୁଣା ମୁହଁ ଦେଖିବାକୁ ମିଳିଛି। ଏହି ଅଡ଼ିଓ ରିଲିଜ ଉତ୍ସବରେ ବର୍ଷା ପ୍ରିୟଦର୍ଶୀନୀ, ବର୍ଷାଙ୍କ ମା’ ଦୀପା ସାହୁ, ଅଭିନେତା ଅଶ୍ୱନୀ, ସଙ୍ଗୀତା ନିର୍ଦେଶକ ପ୍ରେମାନନ୍ଦ, କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ, ବିଧାୟକ ପ୍ରିୟର୍ଦାୀ ମିଶ୍ରଙ୍କ ପତ୍ନୀ ରୋଜାଲିନୀ ପାଟ୍ଟଶାଣୀ ମିଶ୍ର, ପ୍ରଯୋଜକ ଅନୁପ୍ରାସ ମହାନ୍ତି, ରଶ୍ମିଙ୍କ ସମେତ ବହୁ ଅତିିଥି ଯୋଗଦେଇଥିଲେ। ଐତିହାସିକ ବାଲିଯାତ୍ରାରେ ଅଡ଼ିଓ ରିଲିଜି ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ବର୍ଷା। ଖୁବ୍‍ ଶୀଘ୍ର ପ୍ରେକ୍ଷାଳୟରେ ଚଳଚ୍ଚିତ୍ରର ମହୁରତ ହେବ ବୋଲି ସେ କହିଛନ୍ତି। ତେବେ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଜୀ ସାର୍ଥକ ଷ୍ଟଲରେ ବର୍ଷାଙ୍କୁ ଭେଟିବା ଓ ସେଲ୍‌ଫି ନେବାକୁ ପ୍ରଶଂସକଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମୀ ଓ ବର୍ଷାଙ୍କ ଟିମ୍‍କୁ ବହୁ ହଟହଟା ହେବାକୁ ପଡ଼ିଥିଲା।

Loading...

99total visits,2visits today

Leave a Reply

Your email address will not be published. Required fields are marked *